ମଙ୍ଗଳବାର ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଘଟଣାରେ ମୃତକଙ୍କ ପରିଚୟ ମିଳିଛି । ୨ ମୃତକ ରାଉରକେଲା ସହରର ବୋଲି ଜଣାପଡିଛି । ମୃତକ ଅଜିତ ସାମଲ ମାଲଗୋଦାମ ଅଞ୍ଚଳର ବୋଲି ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *