କାମାକ୍ଷାନଗର : ସାମ୍ନାକୁ ଆସିଲା ଟୁରିଷ୍ଟ ବସ୍‌ ସହ ଟ୍ରକ ଓ ହାଇଓ୍ୱା ଧକ୍କା ଦୁର୍ଘଟଣା ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ୪୦ରୁ ଅଧିକ ଯାତ୍ରୀ ସମ୍ବଲପୁରରୁ ପିକ୍‌ନିକ୍‌ ସାରି ଚଣ୍ଡିଖୋଲ ଫେରୁଥିଲେ । ଏହି ସମୟରେ ୧୪୯ ନମ୍ବର ଜାତୀୟ ରାଜପଥ ଭେଜିଆ ଛକ ନିକଟରେ ବସ୍‌ ଓଭରଟେକ୍‌ କରୁଥିବା ବେଳେ ଘଟିଲା ଦୁର୍ଘଟଣା । ଟ୍ରକ ଓ ହାଇଓ୍ୱା ସହ ଧକ୍କା ହୋଇଥିଲା ଏହି ଟୁରିଷ୍ଟ ବସ୍‌ । ଯାହାଫଳରେ ବସ୍‌ରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *