Naveen announces names of new office-bearers of BCJD, BYJD

ବିଜୁ ଜନତା ଦଳ(ବିଜେଡି)ର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି। ଦଳ ସୋମବାର ପଦପଦବୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୭୧ ଜଣଙ୍କ ନାଁ ରହିଛି। ସେଥିମଧ୍ଯରୁ ୧୫ ଜଣଙ୍କୁ ଉପସଭାପତି ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ୨୦ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଓ ୩୫ ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଛି।

୧୫ ଜଣଙ୍କୁ ଉପସଭାପତି ଦାୟିତ୍ବ ଦିଆଯାଇଥିବା ନେତାଙ୍କ ନାଁ ହେଲା:-

ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି(ମୁଖ୍ୟାଳୟ) ନିଯୁକ୍ତ କରାଯାଇଛି। ବରିଷ୍ଠ ଉପସଭାପତି ଭାବେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ଵ ମିଳିଛି। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ଵ ଦିଆଯାଇଛି। ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ଵିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ସାରଦା ନାୟକଙ୍କ ନାଁ ସାମିଲ।

୨୦ ବରିଷ୍ଠ ସାଧାରଣ ସଂପାଦକ ଭାବେ ମାନସ ମଙ୍ଗରାଜ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସହ କଳିକେଶ ସିଂହଦେଓ, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର, ସୁଶାନ୍ତ ସିଂ, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଳିକ, ଜଗନ୍ନାଥ ସାରକାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଅନନ୍ତ ନାରାୟଣ ଜେନା, ପ୍ରୀତିରଞ୍ଜନ ଘଡ଼େଇ, ରମେଶ ମାଝୀ, ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଧ୍ରୁବ ଚରଣ ସାହୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହାସହ ସୁବାସ ସିଂଙ୍କୁ ବିଜେଡିର କୋଷାଧ୍ୟକ୍ଷଙ୍କୁ ସ୍ଥାନ ମିଳିଛି।

 

୩୫ ସାଧାରଣ ସଂପାଦକ ତାଲିକାରେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ବାଳ, ସାରଦା ପ୍ରସନ୍ନ ଜେନା, ବାସନ୍ତି ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣି କହଁର, ପ୍ରଦିପ୍ତ ଦୀସାରୀ, ସୁଶାନ୍ତ ରାଉତ, ବିଭୁତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ସର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ମୁକେଶ ପାଲ, ସ୍ବରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଷି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଇ ନାଏକ, ମାଧବ ସର୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନୀ ଏବଂ ଗିରିଷ ଦାସଙ୍କୁ ସ୍ଥାନ ମିଳିଛି।

ଏହାସହ ବିଜେଡିର ସଂଖ୍ୟାଲଘୁ ସେଲ୍ ମଧ୍ୟ ଗଠିତ ହୋଇଛି । ଦିଲୀପ ତିର୍କୀ କମିଟିର ଆବାହକ ଅଛନ୍ତି । ରିଜୱାନା ବେଗମଙ୍କୁ ସହ ଆବାହକ କରାଯାଇଛି । ଏହାସହ ମୁଜିବୁଲ୍ଲା ଖାନଙ୍କୁ ଦକ୍ଷିଣାଞ୍ଚଳ ସହ-ଆବାହକ, ଆୟୁବ ଖାନଙ୍କୁ ପଶ୍ଚିମାଞ୍ଚଳ ସହ-ଆବାହକ ଏବଂ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରାଞ୍ଚଳ ସହ-ଆବାହକ କରାଯାଇଛି ।

 

 

Leave a Reply

Your email address will not be published. Required fields are marked *