ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ। ୧୦୦ ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନ କମ୍ୟୁନିଟି ସଦସ୍ୟ କିମ୍ବା ସିଭିଲ୍‌ ସୋସାଇଟି ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯିବ । ଦେଶରେ ଅନ୍ୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଇଥିବା ବେଳେ ଏବେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ପ୍ରତିଷ୍ଠା ଦିବସ, ଜାତୀୟସ୍ତରୀୟ କୌଣସି ବରପୁତ୍ରଙ୍କ ଜନ୍ମତିଥିରେ ‘ତିଥି ଭୋଜନ’ର ଆୟୋଜନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟକର ଖାଦ୍ୟକୁ ପୋତ୍ସାହିତ କରିବା ଏବଂ ସ୍ବଚ୍ଛତା ଅଭ୍ୟାସ ଜାରି ରଖିବାକୁ ପ୍ରାଥମିକତା ଦିଆଯିବ ବୋଲି। ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖିଛନ୍ତି ପିଏମ ପୋଷଣର ନୋଡାଲ ଅଫିସର ରଘୁରାମ ଆୟର ।

ସେ କହିଛନ୍ତି ଯେ ଆସନ୍ତା ୨୮ତାରିଖ ଦିନ ଏ ସଂକ୍ରାନ୍ତରେ ଏକ ବୈଠକ ବସିବ । ସ୍କୁଲ ଗୁଡିକରେ ଏହାର କିପରି କାର୍ଯ୍ୟକାରୀ କରାଯିବ ସେନେଇ ବୈଠକରେ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *