ଏନକ୍ଲୋଜରରୁ ବାହାରି ଶିମିଳିପାଳ ଉତ୍ତର ଡିଭିଜନ କୋର ଅଞ୍ଚଳକୁ ଗଲା ବାଘୁଣୀ ଜୀନତ୍ । ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପରେ ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲକୁ ଛଡ଼ାଗଲା । ଗତକାଲି ରାତି ୯.୩୦ଟାରେ ଜିନ୍ନତକୁ ଛଡ଼ାଯାଇଥିବା ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ବାଘୁଣି ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ଏବେ ଶିମିଳିପାଳ ଉତ୍ତରକୋର୍ ଅଞ୍ଚଳରେ ଜୀନତ ଓ ଦକ୍ଷିଣ କୋରରେ ବାଘୁଣୀ ଯମୁନା ଅଛନ୍ତି । ଉଭୟ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜୀନତ୍କୁ ଅଣାଯାଇଥିଲା । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜନ୍ନତର ବୟସ ୩ବର୍ଷ । Post navigation ନୂଆବର୍ଷ ପୂର୍ବରୁଦ୍ବୈତନଗରୀରେ ସକ୍ରିୟ ବାଂଲାଦେଶୀ ଯୁବତୀ; ଦଲାଲମାନେ ଚଳାଉଛନ୍ତି ସେକ୍ସ ମ୍ୟାକେଟ୍ ଲଘୁଚାପ ପ୍ରଭାବ; ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା