ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍ରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବାଘ ଗଣନାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଆଜି ବନବିଭାଗର ଟିମ କୁଳଡିହା ଅଭୟାରଣ୍ୟର ଚାରିପଟୁ ଘଞ୍ଚଜଙ୍ଗଲ ଭିତରକୁ ପଶିଛନ୍ତି । ପୂର୍ବରୁ ବାଘ ଗଣନା ପାଇଁ ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ହୋଇଥିଲା । ଚଳିତ ବର୍ଷ ଟ୍ରାପ କ୍ୟାମେରା ମାଧ୍ୟମରେ ବାଘକୁ ଚିହ୍ନଟ କରାଯିବ। ୧୭ ଟି ସ୍ଥାନରେ ଟ୍ରାପ କ୍ୟାମେରା ଲଗାଯାଇଛି । Post navigation Anil Ambani: ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଝଟକା; ସଂପତ୍ତି ଆଟାଚ କଲା ଇଡି Nitish Kumar Oath Ceremony: ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର