ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଦର ଅପରିବର୍ତ୍ତିତ ରହିଥିବା ପ୍ରେସମିଟ୍‌ରେ ଓଇଆରସି ପକ୍ଷରୁ ଘୋଷଣା କରାଯାଇଛି । ଆଜି ବିଦ୍ୟୁତ ଦର ନେଇ ଓଇଆରସି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ କହିଛି ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ ।

ସେହିପରି ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ନାହିଁ ମିଟର ଭଡ଼ା । ୨ କିଲୋ ୱାଟ୍ ଯାଏ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ହୋଇଛି । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନି । ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ।

Leave a Reply

Your email address will not be published. Required fields are marked *