ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା । ୨୦୨୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ। ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଣିଛନ୍ତି। ତେବେ ଏହା ଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିଛନ୍ତି।

ଏହା ମଧ୍ୟରେ ବିରୋଧୀଙ୍କ ହାତରେ ଲାଗିଛି ଏକ ନୂଆ ପ୍ରସଙ୍ଗ। ଅଧିବେଶନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ କିପରି ଗୃହ ବାହାରେ ସରକାରୀ ଘୋଷଣା କଲେ ତାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ । ଅଗ୍ନିବୀରଙ୍କୁ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣାକୁ ନେଇ କଂଗ୍ରେସ ଏବଂ ବିଜେଡି ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି । ସେହିପରି ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ଵାର୍ଥ ପ୍ରସଙ୍ଗ ଉଠାଯାଇ ନଥିବାରୁ ଏ ନେଇ ଗୃହରେ ତାତିପାରନ୍ତି ବିରୋଧୀ । ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ଵପୂର୍ଣ୍ଣ ବିଭାଗଗୁଡିକର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଆଲୋଚନା ରହିଛି।

Leave a Reply

Your email address will not be published. Required fields are marked *