ଓଡ଼ିଶାରେ ମଦ ବିକ୍ରି ଦିନକୁ ଦିନ ବଢ଼ୁଥିବା ବେଳେ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଥିବା ସମୟରେ ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ପ୍ରସ୍ତାବ ନାହିଁ ଓ ଏନେଇ ସରକାରଙ୍କର କୌଣସି ପ୍ରସ୍ତାବ ନଥିବା କହିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ବିଧାନସଭା ଗୃହରେ ସନାତନ ମହାକୁଡ଼ଙ୍କ ପ୍ରଶ୍ନ ମଦ୍ୟପମାନଙ୍କୁ ସ୍ୱାସ୍ଥ୍ୟବୀମା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ନା କିଛି ବ୍ୟବସ୍ଥା କରିବେ କି? ଏହାର ଉତ୍ତର ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟରେ ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ନାହିଁ । ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବାକୁ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ।

Leave a Reply

Your email address will not be published. Required fields are marked *