ଆଜି ବିଧାନସଭାର ସପ୍ତମ ଦିନରେ ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁନେଇ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି । ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ରାଜ୍ୟରେ ବିଭିନ୍ନ ସହରରେ ବେଆଇନ ଗଠିତ ସମସ୍ତ ଆପାର୍ଟମେଣ୍ଟ ଗୁଡିକର ବିଧିବଦ୍ଧ ଆକଳନ କରାଯାଇନଥିଲେ ମଧ୍ୟ, ଭୁବନେଶ୍ୱର ତଥା ଅନ୍ୟାନ୍ୟ ସହର ମାନଙ୍କରେ ୭୧୯ଟି ମାମଲା ବେଆଇନ କୋଠାବାଡି ବିରୋଧରେ ଦାଖଲ ହୋଇଛି । ୬୮୯ଟି ମାମଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିନରେ ଦାୟର ହୋଇଛି । ସୂଚନା ମୁତାବକ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ରାଜ୍ୟରେ ବିଭିନ୍ନ ସହରରେ ବେଆଇ ଆପାର୍ଟମେଣ୍ଟ ସଂଖ୍ୟା କେତେ? ଭୁବନେଶ୍ୱରରେ ,କେତେ ସଂଖ୍ୟକ ବେଆଇନ ଆପାର୍ଟମେଣ୍ଟ ରହିଛି? ଆଇନ ସମ୍ମତ ନଥାଇ ଏହି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବାରୁ ସମ୍ପୃକ୍ତ ବିଲଡରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । Post navigation ରଥରେ ଅନଧିକୃତ ବ୍ୟକ୍ତି ଚଢ଼ିବା ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ୱାଏନାଡ଼ରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି