ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ । କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରୀଥିବା ବେଳେ ବରଗଡ଼ରେ ଅଛନ୍ତି ୫୯୫ ଜଣ ଭିକାରୀ । ସେହିପରି ଗଞ୍ଜାମରେ ୫୪୫ ଜଣ, ବଲାଙ୍ଗୀରରେ ୪୮୨ଜଣ ଏବଂ ସୁନ୍ଦରଗଡରେ ୪୧୭ ଜଣ ଥିବା ବେଳେ ପୁରୀରେ ରହିଛନ୍ତି ୩୫୦ ଜଣ ଭିକାରୀ । ଏନେଇ ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଭିକାରୀମୁକ୍ତି କରିବାକୁ ସରକାର ଅଭିଯାନ ଚଳାଇଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀର ନିଳାଦ୍ରି ନିଳୟ, ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *