ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଭିଡ଼ ପ୍ରସଙ୍ଗରେ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତଙ୍କ ସୂଚନା । ସେ କହିଛନ୍ତି ‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍‌ରେ ହେଉଛି ଆଧାର ଅଥେଣ୍ଟିକେସନ। ମୋବାଇଲ, ବାୟୋମେଟ୍ରିକ, ଫେସ୍‌, ଆଇରିସ ଜରିଆରେ ଅଥେଣ୍ଟିକେସନ ହୋଇଛି । କୌଣସିଟିରେ ବି ଅଥେଣ୍ଟିକେସନ ହେଲେ ଆଧାର ଅପଡେଟ୍‌ ଜରୁରୀ ନାହିଁ ।

ସେ ଆଉ ମଧ୍ୟ କହିଛନ୍ତି ଆସନ୍ତାକାଲି ଅପରାହ୍ନରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା ଫର୍ମ ଦାଖଲ ପ୍ରକ୍ରିୟା। ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି ।ପୂରଣ ହୋଇଥିବା ଫର୍ମ ସହିତ ଅବେଦନ‌କାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ଦାଖଲ କରିପାରିବେ। କିଛି ବ୍ୟତିବ୍ୟସ୍ତ ହେବାର ନାହିଁ କି ଜନସେବା କେନ୍ଦ୍ର ରେ ଲମ୍ବା ଧାଡ଼ି କରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ଏହି ସେବା ସମ୍ପୂର୍ଣ୍ଣ ମାଗଣା କେହି ଯଦି କୌଣସି ବ୍ୟକ୍ତି କୌଣସି ସମସ୍ୟା ସୃଷ୍ଟି କରନ୍ତି ତେବେ ଟୋଲ ଫ୍ରି ନମ୍ବର ୧୪୬୭୮ ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ ।

ସୂଚନଯୋଗ୍ୟ; ସୁଭଦ୍ରା ଯୋଜନା ପାଇଁ ଆସନ୍ତାକାଲି ଅପରାହ୍ନରୁ ଫର୍ମ ଦାଖଲା ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ କରାଯାଇଥିବା ସ୍ଥାନରେ ଫର୍ମ ଦାଖଲ ହୋଇପାରିବା ଏଥିପାଇଁ ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଫର୍ମ ମିଳୁଛି। ଫର୍ମ ନେବା ପାଇଁ ସକାଳୁ ବିଭିନ୍ନ ଅଙ୍ଗନବାଡ଼ କେନ୍ଦ୍ରରେ ଲୋକେ ଭିଡ଼ ଜମାଇଛନ୍ତି।

Leave a Reply

Your email address will not be published. Required fields are marked *