ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ। ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି  ? ଏହାର ଉତ୍ତରରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ। ଉନ୍ନତ ମାନର ଷଣ୍ଢ ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି ।

 

ସେ କହିଛନ୍ତି ଗତ ପ୍ରାଣୀ ଗଣନା ଅନୁସାରେ, ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ଥିଲେ । ଯାହାକି ଏବେର ତୁଳନାରେ ୩୩ ହଜାରରୁ କମ୍। ଆଉ ବର୍ତ୍ତମାନ ଷଣ୍ଢଙ୍କ ସଂଖ୍ୟା ଅନୁଗୁଳରେ ୪୭୩୭୭, ବଲାଙ୍ଗିରରେ ୫୬୬୮, ବାଲେଶ୍ଵରରେ ୬୩୧୨, ବରଗଡ଼ରେ ୩୯୨୨, ବୌଦ୍ଧରେ ୩୯୬୩ , ଭଦ୍ରକରେ ୨୪୭୫, କଟକରେ ୩୭୪୬, ଦେବଗଡ଼ରେ ୨୩୯, ଢେଙ୍କାନାଳରେ ୧୯୪୩, ଗଜପତିରେ ୧୨୬୬୨, ଗଂଜାମରେ ୭୧୯୩ , ଜଗତସିଂପୁରରେ ୧୨୪୧, ଝାରସୁଗୁଡାରେ ୧୨୭୨, ଯାଜପୁରରେ ୧୯୯୦, କଳାହାଣ୍ଡିରେ ୬୭୯୪, କନ୍ଧମାଳରେ ୧୭୧୭୬, କେନ୍ଦୁଝରରେ ୪୮୪୦, କେନ୍ଦ୍ରାପଡ଼ାରେ ୧୫୧୭ ,ଖୋର୍ଦ୍ଧାରେ ୨୫୩୨ , କୋରାପୁଟରେ ୩୯୭୪୩ , ମାଲକାନଗିରିରେ ୧୯୨୨୧, ମୟୂରଭଞ୍ଜରେ ୧୩୪୭୯, ନବରଙ୍ଗପୁରରେ ୨୧୮୪୬, ନୟାଗଡ଼ରେ ୯୩୫, ନୂଆପଡ଼ାରେ ୨୭୯୮, ପୁରୀରେ ୨୫୭୪, ରାୟଗଡ଼ାରେ ୧୭୪୮୫, ସମ୍ବଲପୁରରେ ୨୬୯୫, ସୁବର୍ଣ୍ଣପୁରରେ ୩୪୮୨, ସୁନ୍ଦରଗଡରେ ୬୭୩୦ ଅଛନ୍ତି ।

Leave a Reply

Your email address will not be published. Required fields are marked *