ଖଣ୍ଡଗିରି ଯାତ୍ରାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଖଣ୍ଡଗିରି ଯାତ୍ରା ଅଶ୍ଳୀଳ ନାଚ ବରଣ ଥିବା ବେଳେ ସାମ୍ନାକୁ ଆସିଚି ରାଣୀ ପ୍ରିୟଦର୍ଶିନୀଙ୍କୁ ଗାଳିଗୁଲଜ କରୁଥିବାର ଦୃଶ୍ୟ। ଦୁର୍ଗା ମନ୍ଦିର ଅପେରା ପାର୍ଟିର ମେଲୋଡି ଦେଖିବା ପରେ ରାଣୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଅଟକାଇ ରାଣୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି କିଛି ଯୁବକ । ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି କି ଦେଖିବାକୁ ଯାଇଥିବା ବେଳେ ରାଣୀ ପ୍ରିୟଦର୍ଶିନୀଙ୍କୁ ଘେରି ଥିଲେ ଯାତ୍ରା କମିଟି ସଦସ୍ୟ ଥିବା ଯୁବକମାନେ । ଯାହାକୁ ନେଇ PCR କୁ ଫୋନ୍ କରିବା ପରେ ଯୁବକଙ୍କୁ ପୋଲିସ ଥାନାକୁ ନେଇଯାଇଥିଲା । ଉଭୟ ପକ୍ଷକୁ ଖଣ୍ଡଗିରି ପୋଲିସ ଷ୍ଟେସନକୁ ନେଇ ପୋଲିସ ହସ୍ତକ୍ଷେପ କରିଥିଲା। ଏହା ପରେ ଥାନାରେ ରାଣୀ FIR ଲେଖିବା ପୂର୍ବରୁ ଭୁଲ ମାଗିଲେ ଯୁବକ । ଯୁବକ ଲିଖିତ ଆକାରରେ କ୍ଷମା ମାଗିବା ପରେ ସେମାନଙ୍କୁ ଚଢିଥିଲା ପୁଲିସ୍। Post navigation ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ