𝗢𝗱𝗶𝘀𝗵𝗮 𝗔𝘀𝘀𝗲𝗺𝗯𝗹𝘆 𝗥𝗲𝗰𝗼𝗻𝘀𝘁𝗶𝘁𝘂𝘁𝗲𝘀 𝗞𝗲𝘆 𝗖𝗼𝗺𝗺𝗶𝘁𝘁𝗲𝗲𝘀; 𝗣𝗿𝗮𝗺𝗶𝗹𝗮 𝗠𝗮𝗹𝗹𝗶𝗸 𝘁𝗼 𝗛𝗲𝗮𝗱 𝗣𝘂𝗯𝗹𝗶𝗰 𝗔𝗰𝗰𝗼𝘂𝗻𝘁𝘀 𝗖𝗼𝗺𝗺𝗶𝘁𝘁𝗲𝗲

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଆଜି ବସିବ ସର୍ବଦୈଳୀୟ ବୈଠକ। ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧୀ । ନଭେମ୍ବର ୨୭ରୁ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ବିଧାନସଭା ଶୀତ ଅଧିବେଶନ। ନୂଆ ସରକାର କ୍ଷମତାକୁ ଆସିବା ପରେ ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଦେଖିବାକୁ ଗଲେ ଏହି ଶୀତ ଅଧିବେଶନରେ ଶାସକ ବିଜେପିକୁ ବିରୋଧୀ ବିଜେଡିକୁ ଘେରିବାକୁ ଉଦ୍ୟମ କରିବ।

ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡ଼ିବେ ବାଚସ୍ପତି।

ଅନ୍ୟପଟେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହି ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ମଧ୍ୟ ରଖିବେ, ଯାହା ଓଡ଼ିଶାର ବିଧାନସଭା ଇତିହାସରେ ଏକ ଐତିହାସିକ ପ୍ରଥମ ଘଟଣା ହେବ। ସରକାର ନଭେମ୍ବର ୨୮ ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି, ତା’ପରେ ବିତର୍କ ଏବଂ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *