ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ଜିଲ୍ଲାରେ ପରିବା ମଣ୍ଡି ଖୋଲିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା ମଣ୍ଡି ଖୋଲିବ। କୃଷକ ମଣ୍ଡିକୁ ଉତ୍ପାଦିତ ସାମଗ୍ରୀ ଆଣିବେ ଓ ସେଇଠୁ ବିକ୍ରି ହେବ । ମଣ୍ଡି ହେଲେ ମିଡିଲ୍ ମ୍ୟାନଙ୍କ ପ୍ରାଦୁର୍ଭାବ କମିବା ସହ ଦର ନିୟନ୍ତ୍ରଣରେ ରହିବ। ଏନେଇ ଶୀଘ୍ର କୃଷି, ସମବାୟ ଓ ଖାଉଟି ବିଭାଗର ସମନ୍ୱୟ ବୈଠକ ବସିବ।୧୩୭ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ଅଧିକ ଆଳୁ, ପିଆଜ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ। Post navigation ବୁଡ଼ିଲା ଅସ୍ଥାୟୀ ପୋଲ ଆରମ୍ଭ ହେଲା ରଥଟଣା