ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି | ରାଜ୍ୟରେ ଅନାହାର ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି | ୨ ବର୍ଷରେ ରାଜ୍ୟକୁ କୁପୋଷଣମୁକ୍ତ ଘୋଷଣା କରାଯିବ ବୋଲିଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଭାତୀ | ନିମାପଡା ରେ ଏକ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗଣମାଧ୍ୟମ କୁ ଏହି ମନ୍ତବ୍ୟ ଦେଇଛନ୍ତି | ସେ କହିଛନ୍ତି ରାଜ୍ୟ ରେ ଖୁବଶୀଘ୍ର କୁପୋଷଣ ଥିବା ବ୍ଲକ ଚିହ୍ନଟ କରାଯିବ ଓ ସେଠିକାର ବାସିନ୍ଦା ଙ୍କୁ ଆହାର ଯୋଗାଣ କୁ ଗୁରୁତ୍ୱ ଦେବେ ରାଜ୍ୟ ସରକାର | ଏହା ସହ ଆଞ୍ଚଳିକ ସ୍ବାଦ ଅନୁସାରେ ଛତୁଆର ବିକଳ୍ପ ଖାଦ୍ୟ ଦିଆଯିବ | ବିଧାନ ସଭା ରେ ନିମ୍ନ ମାନର ଛତୁଆ ବଣ୍ଟନ ପ୍ରକ୍ରିୟା କୁ ବହୁ ବିଧାୟକ ଅଭିଯୋଗ ପରେ ଏହି ପଦକ୍ଷେପ ନିଆ ଯାଇଛି | ରାଜ୍ୟରେ ଶିଶୁ ଓ ମହିଳା ଙ୍କ ଉନ୍ନତ ସ୍ୱାସ୍ଥ୍ୟ କୁ ପ୍ରାଧାନ୍ୟ ଦେଇ ଏହି ପଦକ୍ଷେପ ନିଆ ଯାଇଛି ବୋଲି ପ୍ରଭାତୀ କହିଛନ୍ତି |

Leave a Reply

Your email address will not be published. Required fields are marked *