ଦିନକୁ ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ବ୍ୟାପୁଛି ଝାଡ଼ାବାନ୍ତି । ସମସ୍ତ ଆକ୍ରାନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ତଥା ଖାଦ୍ୟ ପେୟରେ ଅସ୍ଥିରତା ହେବା କାରଣରୁ ଝାଡା ବାନ୍ତି ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିବା ବେଳେ ପରିମଳ ବ୍ୟବସ୍ଥା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ତେଣୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ଏହା ସହ ଜିଲ୍ଲା ସ୍ତରୀୟ ଟିମ୍ ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ଗ୍ରାମରେ ତୁରନ୍ତ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରିବା ସହ ଘରକୁ ଘର ଓଆରଏସ୍ ପ୍ୟାକେଟ୍, ଔଷଧ, ହାଲୋଜେନ୍ ବଟିକା ଆଦି ବଣ୍ଟନ କରାଯାଇଛି । ଭୟଭୀତ ନ ହୋଇ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି । Post navigation ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିନ୍ଦଲ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ବିକ୍ଷୋଭ