ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କ୍ୟାବିନେଟ ବୈଠକରେ ସରକାର ଗାଈକୁ ରାଜ୍ୟମାତା ମାନ୍ୟତା ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଗୋଚାଲାଣ ମାମଲା ସାମ୍ନାକୁ ଆସୁଥିବା ବେଳେ ମହାରାଷ୍ଟ୍ର ସରକାର ଆଜି ଏହିଭଳି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

ସୂଚନଯୋଗ୍ୟ; ଭାରତରେ ଗାଈକୁ ଗୋମାତା ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଓ ପୁରାଣ ଅନୁଯାୟୀ ଗାଈ ମଧ୍ୟରେ ୩୩ କୋଟି ଦେବଦେବୀ ବାସ କରନ୍ତି । ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ୱଦେଶୀ ଗାଇର ସ୍ଥିତି, ମାନବ ଖାଦ୍ୟରେ ସ୍ୱଦେଶୀ ଗାଇ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗଭ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବ ଚାଷ ପ୍ରଣାଳୀରେ ଦେଶୀ ଗାଇ ଗୋବର ଏବଂ ଗୋ ମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୋ ମାତା ହିଁ ଆମକୁ ଦେଇଥାନ୍ତି ।

ଗବେଷକ ଓ ଚିକିତ୍ସକଙ୍କ ଗବେଷଣା ଅନୁସାରେ ଗାଈ କ୍ଷୀର ଶରୀରକୁ ବଳ ଦିଅ, ହଜମ ଶକ୍ତି ବଢ଼ାଇଥାଏ, ହୃଦୟ ଓ ମସ୍ତିଷ୍କର ଅନୁକୂଳ, ଯୌବନ ରକ୍ଷାକାରୀ, ଶକ୍ତି ଦିଏ ଓ ତ୍ରିଧାତୁ ଦୋଷକୁ ଦୂର କରିଥାଏ । ଗାଈଘିଅରେ ପ୍ରଚୁର ଶକ୍ତି ଅଛି ଯାହା ରେଡ଼ିଓ ଆକ୍ଟିଭ୍ ତରଙ୍ଗର ଖରାପ ପ୍ରଭାବରୁ ମଣିଷ ଶରୀରକୁ ରକ୍ଷା କରିଥାଏ ।

କାହିଁ କେଉଁ ଆବହମାନ କାଳରୁ ଆମେ ଗୋବରର ବ୍ୟବହାର କରି ଆସିଅଛୁ । ମାଟିଘରକୁ ଗୋବରରେ ଲିପି ଚିକ୍କଣ କରାଯାଏ, ଗୋବର ଫିନାଇଲ୍‌ର କାମ କରେ । ଏହା ଆମେ ଜାଣିଥିଲୁ । ତେଣୁ ସକାଳୁ ଉଠି ଦାଣ୍ଡ ଦୁଆର ଓଳାଇବା ଆଗରୁ ଗୋବର ପାଣି ପକାଯାଏ, ଯାହାକୁ ଆମେ “ପବିତ୍ର ପାଣି” କହିଥାଉ । ସବୁକିଛିକୁ ପବିତ୍ର ଓ ଶୁଦ୍ଧି କରିଥାଏ । ତେଣୁ ସେହି ପାଣିକୁ “ପବିତ୍ର ପାଣି” କୁହାଯାଏ । ଏହି ସବୁକୁ ଦୃଷ୍ଟିରେ ରଖି ଦେଶୀ ଗାଈମାନଙ୍କୁ “ରାଜ୍ୟମାତା ଗୋମାତା” ଘୋଷଣା କରିବାକୁ ଅନୁମୋଦନ ମିଳିଛି ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଦେଶୀ ଗାଈ ଆମ କୃଷକମାନଙ୍କ ପାଇଁ ଏକ ବରଦାନ, ତେଣୁ ଆମେ ତାଙ୍କୁ ଏହି ମାନ୍ୟତା (ରାଜ୍ୟମାତା) ଦେବାକୁ ନିଷ୍ପତ୍ତି ନେଇଛୁ। ଦେଶୀ ଗାଈମାନଙ୍କ ରକ୍ଷଣାବେକ୍ଷଣ ଓ ଖାଦ୍ୟ ପାଇଁ ଆମେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।

Leave a Reply

Your email address will not be published. Required fields are marked *