ମାଲକାନଗିରି ଜିଲ୍ଲାରେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଙ୍ଗଲରୁ ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍କୁଲ ବ୍ୟାଗ, ଚପଲ, ଏଣେ ତେଣେ ପଡିରହିଥିବା ବେଳେ ଏହାକୁ ହତ୍ୟା ସନ୍ଦେହ ଆଣିଛନ୍ତି ପରିବାର ଲୋକେ। ସେମାନଙ୍କୁ କିଏ ମାରିଟାଙ୍ଗି ଦେଇଥିବା କହିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତ ନାବାଳିକା ହେଲେ ଏମ୍ଭି୭୨ ପ୍ରାଥମିକ ନୋଡାଲ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ରୀ ମନ୍ଦିରା ଶୋଡ଼ି (୧୨) ଏବଂ ଜ୍ୟୋତି ହାଲଦାର୍ ( ୧୨) । ଗୁରୁବାର ସ୍କୁଲ୍ ଛୁଟି ପରେ ମନ୍ଦିରା ଶୋଡ଼ି ଓ ଜ୍ୟୋତି ହାଲଦାର ନିଖୋଜ ଥିଲେ। ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ଦୁଇ ଛାତ୍ରୀ ଘରେ ପହଞ୍ଚିବାରେ ବିଳମ୍ବ ହେବା ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ । ସେମାନେ ଦୁଇଦିନ ଧରି ନିଖୋଜ ଥବା ନେଇ ଥାନାରେ ଦୁଇ ପରିବାରର ଅବିଭାବାକ ଶୁକ୍ରବାର ଏତଲା ଦେଇଥିଲେ। ପରେ ଏମ୍ଭି୭୯ ପୁଲିସ୍ ଏମ୍ଭି୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦୟାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ । ଏହା ପରେ ଶନିବାର ସକାଳେ ବିଲିଗୁଡା ପାହାଡ଼ ନିକଟସ୍ଥ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରେ ଓଢ଼ଣୀ ଦ୍ୱାରା ଝୁଲୁଥିବାର ଦେଖି ଗ୍ରାମବାସୀ ପୁଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ଦିନକୁ ଏହି ମୃତ୍ୟୁ ଘଟଣା ଯାଉଥିବାର ଜଣାପଡିଛି । କିଛି ଲୋକ ଆତ୍ମହତ୍ୟାର ମାମଲା ସନ୍ଦେହ କରୁଥିବା ବେଳେ ସାମ୍ନାକୁ ଆସିଚି ଗୁଣି ଗାରେଡ଼ି କଥା ଏହା ସହ ଏହି ମୃତ୍ୟୁ ଘଟଣା ପ୍ରମ ସମ୍ପର୍କକୁ ଆଡ଼କୁ ଯାଉଥିବାର ମଧ୍ୟ ସନ୍ଦେହ କରୁଛନ୍ତି ଲୋକେ । ଯାହାକୁ ନେଇ ୪ ,୫ ଜଣ ନାବାଳକକୁ ସନ୍ଦେହ ଘେରରେ ରଖିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏହି ମୃତ୍ୟୁର କାରଣ ଖୋଜୁଛି ପୋଲିସ ଯାହାକୁ ନେଇ ନିଜର ତଦନ୍ତ ଜୋରଦାର କରୁଥିବାର ଜଣାପଡ଼ିଛି । Post navigation ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା: କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେଡି ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି