ସବୁଜ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀ। ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲା ତେଣୁ ଏହାକୁ ପରିବର୍ତ୍ତନ କରାଗଲା । ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ ।ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ଘର ଓ ୟୁନିଫର୍ମ ରଙ୍ଗ ବଦଳାଉଥିଲେ । କିନ୍ତୁ ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛନ୍ତି । ସେଥିପାଇଁ ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲା, ପରିବର୍ତ୍ତନ କରାଗଲା ।

ସୂଚନା ମୁତାବକ; ୨୦୨୩-୨୪ ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍‌’ କରାଯାଇଥିଲା। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ପିଲାଙ୍କୁ ପୋଷାକ ବଣ୍ଟନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *