କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଜାତୀୟ ସମ୍ମିଳନୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ପ୍ରତି ହରେକୃଷ୍ଣ ମହତାବଙ୍କ ଅତୁଳନନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ଡ. ହରେକୃଷ୍ଣ ମହତାବ। ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ରାଜନୀତିଜ୍ଞ, ରାଷ୍ଟନୀତିଜ୍ଞ, ମହାନ ସ୍ୱାଧିନତା ସଂଗ୍ରାମୀ, କୂଟନୀତିଜ୍ଞ ଏବଂ ସାମ୍ବାଦିକ ଥିଲେ । ସାହିତ୍ୟିକ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପରିଣତ ହେବା ପରେ, ଓଡ଼ିଶାରେ ଗଡ଼ଜାତ ରାଜ୍ୟ ମିଶି ନ ଥିଲେ କ୍ଷେତ୍ରଫଳ ମାତ୍ର ୮୩, ୩୯୨ ବର୍ଗ କିଲୋମିଟର ଥିଲା । ସେ ସ୍ବାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ ।

ଏହା ସହ ୨୬ଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରେ ମିଶାଇଥିଲେ । ବାସ୍ତବରେ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ। ସ୍ବଳ୍ପ ସମ୍ବଳରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିଥିଲେ।ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ମହତାବ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଭାବେ ଭୂମିକା ବେଶ୍‌ ପ୍ରଶଂସନୀୟ ଥିଲା।

Leave a Reply

Your email address will not be published. Required fields are marked *