ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବଜେଟ ଏକ ଦୂରଦୃଷ୍ଟି ବିହୀନ, ମହିଳା, ଚାଷୀ, ଯୁବ ବିରୋଧୀ ବଜେଟ। ଏ ବଜେଟ ସଂପୂର୍ଣ ବିଶାହୀନ । କେବଳ ନବୀନ ସରକାର ସମସ୍ତ ଯୋଜନାକୁ ନାଁ ପରିବର୍ତ୍ତନ କରାଯାଇଥିବା ବଜେଟ ବୋଲି ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର ।

ଡ. ସାମନ୍ତସିଂହାର କହିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ବିଭିନ୍ନ ଦିଗରେ ଶିଖର ଛୁଇଁଥିଲା। ରାଜ୍ୟର ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତରୁ କମ୍ ଥିଲା ବେଳେ ୨୬ ହଜାର କୋଟି ଟଙ୍କାର ବଳକା ରାଜସ୍ବ ରାଜ୍ୟ ହୋଇପାରିଥିଲା। ମୁଣ୍ଡପିଛା ଋଣ ଭାର କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ ସ୍ଥାନରେ ରହିଥିଲା । ରଣ ଓ ଡିଏସ୍‌ଡିପି ହାର ମାତ୍ର ୧୩ ପ୍ରତିଶତରେ ସୀମିତ ରହିଥିଲା । ଯାହା ଦେଶରେ ସର୍ବନିମ୍ନ । ଓଡ଼ିଶାର ଅର୍ଥନୀତିକୁ ୧ ଟ୍ରିଲିୟନ ଡଲାଇ ଛୁଇଁବା ପୂର୍ବର ନବୀନ ପଟ୍ଟନାୟକ ସରକାରଙ୍କ ଲକ୍ଷ୍ୟ ଥିଲା । କିନ୍ତୁ ଗତକାଲିର ବଜେଟ ଦିଶାହୀନ ହୋଇଥିଲା ବେଳେ ରାଜ୍ୟର ବିକାଶରେ ବ୍ରେକ୍ ଲାଗିଲା ବୋଲି ସେ କହିଥିଲେ । ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଏବେ ଅସ୍ମିତା ଭବନ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଅସ୍ମିତା ଏକ ବସ୍ତୁ ନୁହେଁ । ଯାହାକୁ ଏକ ଭବନ ଭିତରେ ସ୍ଥାପନ କରି ପ୍ରଦର୍ଶିତ କରାଯାଇପାରିବ । ଏହା ପ୍ରତିଟି ଓଡିଆର ହୃଦୟରେ ଜାଗ୍ରତ କରିବାକୁ ହେବ ଏବଂ ପରବର୍ତ୍ତୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ। ତେଣୁ ଅସ୍ତିତା ରକ୍ଷା କରିବା ନାଁରେ ଭବନ ତିଆରି କରିବା କେବଳ କିଛି କଣ୍ଟ୍ରାକ୍ଟରଙ୍କୁ ପୋଷିବା ସଙ୍ଗେ ସମାନ।

ନିର୍ବାଚନ ବେଳେ ବଡ ବଡ କଥା କହୁଥିବା ବିଜେପି ସରକାର ସାମାଜିକ ସୁରକ୍ଷା ଯୋଜନା ବା ଭତ୍ତା କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇଛନ୍ତି। ପୂର୍ବରୁ କହିଥିଲେ ଆମେ ୩୦୦୦ ଟଙ୍କା ସମସ୍ତଙ୍କୁ ଦେବୁ। କିନ୍ତୁ ଦିନରେ ତାରା ଦେଖାଇଲା ଭଳି, କେବଳ ୮୦ ବର୍ଷରୁ ଅଧ‌ିକ ବର୍ଷ ବୟସ ଲୋକ ଓ ୮୦ ପ୍ରତିଶ୍ରୁତିରୁ ଉର୍ଦ୍ଧ ଦିବ୍ୟାଙ୍ଗଙ୍କ ଭରା ୩୫୦୦ ଟଙ୍କା କରି ଅତି ଚତୁରତାର ସହ ଖସିଯିବାକୁ ଚେଷ୍ଟା କରିଛନ୍ତି । ଏଥିରେ କିଛି ହାତ ଗଣତି ହିତାଧୁକାରୀ ଲାଭବାନ ହୋଇପାରିବେ କିନ୍ତୁ ପ୍ରାୟ ୯୦ ଭାଗ ହିତାଧୁକାରୀ ରାଜ୍ୟସରକାରଙ୍କ ଚଞ୍ଚକତାର ଶିକାର ହୋଇଛନ୍ତି। ସେହିପରି ନିର୍ବାଚନରେ କହିଥିଲେ ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବୁ । କିନ୍ତୁ ବଜେଟରେ ସେମାନେ ଏଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କଲେ ୧୦ ହଜାର କୋଟି ଟଙ୍କାରେ ରାଜ୍ୟରେ ମାତ୍ର ୨୦ ଲକ୍ଷ ମହିଳା ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । କିନ୍ତୁ ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ ବୋଲି ଡ. ସାମନ୍ତସିଂହାର କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ବିଭିନ୍ନ ନିର୍ବାଚନୀ ସଭାରେ ବିଜେପିର ବରିଷ୍ଠ ନେତାମାନେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ ବିଜୁଳି ମାଗଣା ଦେବେ ବୋଲି ଘୋଷଣା କରିଥିଲେ । ଏହି ବଜେଟରେ ସେ ସଂପର୍କରେ କିଛି ନଥୁବାରୁ ରାଜ୍ୟର ବିଜୁଳି ଉପଭୋକ୍ତା ନିରାଶ ହୋଇଛନ୍ତି। ସେହିପରି ବେକାରୀ ସମସ୍ୟା, ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି ଓ ଶିଳ୍ପର ଅଭିବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ବଜେଟ ସଂପୂର୍ଣ ନିରବ ରହିଛି।

ସେହିପରି ବିଜେଡିର ଅନ୍ୟତମ ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତା ହାସଲ କରିଥିଲା ବେଳେ ଗତକାଲିର ବଜେଟ ମଧ୍ୟ ମିଥ୍ୟାରୁ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୬୫ ହଜାର କୋଟି ବୋଲି ଘୋଷଣା କରିବା ସହ ଏହା ପୂର୍ବ ବର୍ଷ ବଜେଟ ପରିମାଣଠାରୁ ୧୫ ପ୍ରତିଶତ ଅଧିକ ବୋଲି କହିଥିଲେ, ଯାହା ସଂପୂର୍ଣ ଭୂଲ୍ । ଗତ ବର୍ଷର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୫୮ ହଜାର କୋଟି ରହିଥୁଲା, ତେଣୁ ଏବର୍ଷର ବଜେଟ ପରିମାଣ ପୂର୍ବ ବର୍ଷର ବଜେଟ ଠାରୁ ମାତ୍ର ୨.୭୧୩ ପ୍ରତିଶତ । ସେହିପରି କୃଷକ ସମୃଦ୍ଧ ଯୋଜନାରେ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ଧାନର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ବୋନସ ଦେବା ପାଇଁ ଖର୍ଚ୍ଚ ହେବ । ରାଜ୍ୟର ସମସ୍ତ ଧାନ କିଣା ପାଇଁ ୮୦୦ ଟଙ୍କା ବୋନସ ପ୍ରଦାନ କଲେ ପ୍ରାୟ ୭ ହଜାର କୋଟିର ଆବଶ୍ୟକ ଥିବା ବେଳେ ମାତ୍ର ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ଏହା କେତେଦୂର ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର କେନ୍ଦ୍ରରେ ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶର ସମୁଦାୟ ଋଣ ୨ଶହ ୫ ଲକ୍ଷ କୋଟି ବୃଦ୍ଧି ପାଇଛି । ସେହି ନ୍ୟାୟରେ ରାଜ୍ୟ ସରକାର ମଧ୍ୟ ରାଜ୍ୟର ଋଣ ଭାଗ ବୃଦ୍ଧି କରିବା ପାଇଁ ବଜେଟରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ୭୮ ହଜାର କୋଟି ଟଙ୍କା ରଣ ହୋଇଥିଲା ବେଳେ ରାଜ୍ୟ ସରକାର ଏହି ବର୍ଷ ପ୍ରାୟ ୪୩ ହଜାର ୪ଶହ ୯୫କୋଟି ଋଣ କରିବା ପାଇଁ ଆକଳନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଡ.ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *