ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ୧୪ନଂ ଲେନ୍ରେ ଏକ ଅଘଟଣ ଘଟିଛି। ନାଳରେ ଭାସିଯାଇ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି। ସେ ସାଇକେଲରେ ଯିବାବେଳେ ନାଳରେ ପଡ଼ିଯାଇଥିଲା। ଦୀର୍ଘ ସମୟ ଧରି ଘର ଲୋକ ଖୋଜାଖୋଜି କରି ନପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪ ଘଣ୍ଟା ଖୋଜାଖୋଜି ପରେ ବାଳକ ମୃତଦେହ ଉଦ୍ଧାର କରାଯାଇଥିଲା। ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।