ଆଜି ଚତୁର୍ଥ ପର୍ଯ୍ଯାୟରେ ଖୋଲିଲା ରତ୍ନଭଣ୍ଡାର। ରତ୍ନ ଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍। ତଦାରଖ କରି ଫେରିବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ବିଶେଷଜ୍ଞ ଟିମ୍ ଦ୍ବାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି । ୧୭ ଜଣିଆ ଟିମ୍ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ଯାଞ୍ଚ କରାଯାଇଥିଲା । ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି, ରାଡାର ସର୍ଭେ ହେବ । ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସର୍ଭେ କରାଯିବାକୁ ସ୍ଥିର କରାଯାଇଛି । ସମସ୍ତ ଯାଞ୍ଚ ସରିବା ପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ସରକାରଙ୍କ ଏସ୍‌ଓପି ଅନୁସାରେ ଏଏସ୍‌ଆଇ ମରାମତି କାମ କରିବ ।

ସେହିପରି ଏଏସ୍‌ଆଇ ଏଡିଜି କହିଛନ୍ତି କାମ ଅଧା ଅଛି, ଟିମ୍‌ ପୁଣି ଆସିବ । କିନ୍ତୁ ସୁଡ଼ଙ୍ଗ ଥିବା ନେଇ କୌଣସି ଲକ୍ଷଣ ଦେଖିପାରିଲୁନି । ଜଷ୍ଟିସ ବିଶ୍ବନାଥ ରଥ ମଧ୍ୟ କହିଛନ୍ତି ଆଜିର ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ଚି ପାରିଲୁନି । ରାଡାର ସର୍ଭେ ପରେ ଚୂଡ଼ାନ୍ତ ରିପୋର୍ଟ ମିଳିବ ।

ସୂଚନା ମୁତାବକ, ଆଜି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଭିତରକୁ ଏକ ଟିମ୍ ଯାଇଥିଲା । ଏଏସଆଇ ଅତିରିକ୍ତ ଡିଜି, ଏନଜିଆରଆଇ ଅଧିକାରୀ, ସିଏସଆଇଆର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି ଟିମ୍‌ରେ ରହିଥିଲେ। ଏଏସଆଇର ୧୭ ଜଣିଆ ପ୍ରତିନିଧି ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ରତ୍ନଭଣ୍ଡାର ଭିତରେ ଯାଞ୍ଚ କରିଥିଲେ। ବିଶେଷଜ୍ଞଙ୍କ ଦ୍ବାରା ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିଥିଲେ। ତେବେ ଏଥିରେ ଭୁମି ତଳେ ସୁଡଙ୍ଗ ଓ କାନ୍ଥର ଅପରପାର୍ଶ୍ବରେ କିଛି କୋଠରୀ ଅଛି କି ନାହିଁ ତାହାର ସନ୍ଧାନ ସମ୍ଭବପର ହୋଇ ନ ଥିଲା । ସେଥିପାଇଁ ବିଶେଷଜ୍ଞଙ୍କ ଦ୍ବାରା ଆଗାମୀ ଦିନରେ ଜିପିଆର ଓ ରାଡାର ସର୍ଭେ କରାଯିବ । ଏହା ଖୁବ ଶୀଘ୍ର କରିବାକୁ ଏଏସଆଇଙ୍କୁ ମନ୍ଦିର ପ୍ରଶାସକ କହିଛି।

Leave a Reply

Your email address will not be published. Required fields are marked *