ଆସନ୍ତାକାଲି ଠାରୁ ଆରମ୍ଭ ହେବ ଡିଜିପି-ଆଇଜିପି ସମ୍ମିଳନୀ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ସମ୍ମିଳନୀର ଆୟୋଜନ କରିବାକୁ ଯାଉଥିବା ବେଳେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାକୁ ଥିବା ବେଳେ ଏହାର ଭିତରେ ଡିଜିପି ସମ୍ମିଳନୀକୁ ପଣ୍ଡ କରିବାକୁ ଆସିଛି ଆତଙ୍କବାଦୀ ଧମକ । ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁୱନ୍ତ ସିଂ ପନ୍ନୁ । ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି ଖାଲିସ୍ତାନୀ ଆତଙ୍କବାଦୀ । ଏହା ପରେ ହାଇ ଆର୍ଲଟରେ ରହିଛି ଓଡିଶା ପୋଲିସ । ରାଜଧାନୀର ଗଳିକନ୍ଦିଠାରୁ ଛକ ପୋଲିସ୍ ଛାଉଣୀ କରାଯାଇଛି। ଧମକ ଦିଆଯାଇଥିବା ଭିଡିଓରେ ପନ୍ନୁ କହିଛି ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀରୀ ଯୋଦ୍ଧା, ଆତଙ୍କବାଦୀ ଏବଂ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି। ମୋଦୀ-ଶାହ-ଡୋଭାଲ ଭୁବନେଶ୍ଵରକୁ ବଡ଼ ବିପଦ ଆଣୁଛନ୍ତି ବୋଲି ସେ କହିଛି। ଛଦ୍ମବେଶରେ ଆସି ଭୁବନେଶ୍ଵରର ମନ୍ଦିର, ହୋଟେଲରେ ଲୁଚି ରହି ଏହି ସମ୍ମିଳନୀକୁ ପଣ୍ଡ କରିଦେବ । ଅନ୍ୟପଟେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ କହିଛନ୍ତି ଯେ, ଯେକୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ବର୍ତ୍ତମାନ ଏବେ ରୋବର୍ଟ ସିକ୍ୟୁରିଟି ବ୍ଲାଙ୍କେଟ୍ ଭିତରେ ରହିଛି। ଏହା ଏକ ସୁରକ୍ଷା ବ୍ୟବସ୍ଥା, ଯାହାକୁ କୌଣସି ଆତଙ୍କବାଦୀ ଭେଦ କରି ପାରିବେ ନାହିଁ । ସୂଚନା ଯୋଗ୍ୟ; ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ୯୦ରୁ ୯୫ଜଣ ଡିଜିପି ଓ ଆଇଜି ପାହ୍ୟାର ଅଧିକାରୀଙ୍କ ସମେତ ଭିଭିଆଇପିମାନେ ଆସୁଛନ୍ତି। ଗତକାଲି ଅପରାହ୍ନ ୪ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ତା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ କରି କଡ଼ା ଯାଂଚ କରୁଛନ୍ତି ପୋଲିସ ଓ ବିଏସଏଫ । ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରରେ ରହିବ। ଏହା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି । Post navigation ଉତ୍ତର ଓଡ଼ିଶା ପରିଷଦରେ ସୁନ୍ଦରଗଡ଼ ସାମିଲ ପ୍ରସଙ୍ଗ: ଜାଣନ୍ତୁ ଟ୍ବିଟ୍ କରି କଣ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? ଓଡ଼ିଶାରେ ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ର ହେଲା ଟିକସମୁକ୍ତ