ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକର ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଏବଂ ବହୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ସାମିଲ ହୋଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ନିଳେନ୍ଦ୍ରୀ ନାୟକ । କିନ୍ତୁ ତାଙ୍କ କାର୍ଯ୍ୟକଳାପକୁ ନେଇ ବିଜେଡି ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଜେଡି ତାଙ୍କୁ ଅଧ୍ୟକ୍ଷା ପଦବୀରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ଥାବ ଆଣିଥିଲା । ଫଳରେ ନିଳେନ୍ଦ୍ରୀ ନାୟକ ବିଜେପି ନେତାଙ୍କ ସହିତ ଯୋଗାଯୋଗରେ ରହିଥିଲେ । ଗତ ୧ ତାରିଖରେ କଂଗ୍ରେସ ନେତା ଦିଲ୍ଲୀପ ପ୍ରଧାନୀ ବିଜେ ଡିରେ ମିଶିଥିଲେ। ସେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ନିଳେନ୍ଦ୍ରୀ ନାୟକଙ୍କ ବଦଳରେ ତାଙ୍କୁ ବ୍ଲକ ଅଧ୍ୟକ୍ଷ କରିବା ପାଇଁ ବିଜେଡିର ପୂର୍ବତନ ବିଧାୟକ ତଥା ତାଙ୍କ ଦାଦା ସଦାଶିବ ପ୍ରଧାନୀ ଉଦ୍ୟମ କରିଥିଲେ । ଦିଲ୍ଲୀପ ପ୍ରଧାନୀ ନିଜେ ପାତ୍ରପୁଟ ପଞ୍ଚାୟତର ସମିତି ସଭ୍ୟ ଥିବା ଯୋଗୁ ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହେବା ପାଇଁ ଆଶା ରଖିଥିଲେ । ଆଜି ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଉପରେ ଭୋଟ୍ ହୋଇଥିଲା । କିନ୍ତୁ କେହି ଜଣେ ମଧ୍ୟ ସମିତି ସଭ୍ୟ ଭୋଟିଂକୁ ଯାଇନଥିଲେ । ପଳରେ ନିଳାଦ୍ରୀ ନାୟକ ତାଙ୍କ ପଦ ବଜାୟ ରଖିଛନ୍ତି । ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ବିଜେପିରେ ସାମିଲ ହୋଇଛନ୍ତି । ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଏବଂ ଅନ୍ୟମାନେ ମଧ୍ୟ ମିଶିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ, ନବରଙ୍ଗପୁର ବିଧାୟକ ବଳଭଦ୍ର ମାଝୀ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଉପସ୍ଥିତ ଥିଲେ । Post navigation ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା