ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। ସାରା ଓଡ଼ିଶାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଗରମ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ପାରଦ ଏବେ ୪୦°C ପାଖାପାଖି ପହଞ୍ଚିବାରେ ଲାଗିଛି, ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ପାଗକୁ କ୍ରମାଗତ ଭାବରେ ଅସହଜ କରିଦେଉଛି। ସାରା ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ଓଡ଼ିଶାର କିଛି ଜିଲ୍ଲାରେ ମାର୍ଚ୍ଚ ୧୪ ତାରିଖରୁ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ ଏବଂ ସମ୍ବଲପୁର ସହରଗୁଡ଼ିକ ଏହି ସୀମା ଅତିକ୍ରମ କରିପାରେ। ଏପରିକି ସମଗ୍ର ଅଞ୍ଚଳରେ ଦିନର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ମାର୍ଚ୍ଚ ୧୫ ତାରିଖରୁ ଅସହ୍ୟ ତାତି ଅନୁଭୂତ ହେବା ନେଇ ଆକଳନ କରାଯାଇଛି। ତେବେ ଖରାଦିନେ ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଖରାଦିନେ କିପରି ବିଦ୍ୟୁତ ସେବା ବ୍ୟାହାତ ନ ହୁଏ ସେଥିପାଇଁ ଧ୍ୟାନ ଦିଆଯାଉଛି। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି। ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। Post navigation Rajya Sabha Election: କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ; ବେଙ୍ଗଲୁରୁ ଗଲେ ୯ ବିଧାୟକ NEP 2020: ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଦିଆଯିବ ଶାରୀରିକ ଶିକ୍ଷା: ନିତ୍ୟାନନ୍ଦ ଗଣ୍ଡ