ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ପାରଦ ତଳ ମୁହାଁ ହୋଇଛି । ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି । ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି କମିଛି। ଆଗାମୀ ୪ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ । ଆଜି ସକାଳ ୫ଟା ୩୦ରେ ୭.୨ ଡିଗ୍ରୀ ରହିଛି ତାପମାତ୍ରା । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ ବାଲେଶ୍ୱରରେ ୫.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କେନ୍ଦୁଝରରେ ୬.୪, ଚାନ୍ଦବାଲି ୫.୬ ଓ ପାରାଦୀପରେ ୬.୨ ଡିଗ୍ରୀ ରହିଛି ତାପମାତ୍ରା । ଏପଟେ ଶୀତରେ ରେକର୍ଡ ଭାଙ୍ଗିଛି ଝାରସୁଗୁଡ଼ା। ୭୨ ବର୍ଷର ଇତିହାସରେ ଝାରସୁଗୁଡ଼ା ରାତି ତାପମାତ୍ରା ସର୍ବନିମ୍ନ ୫.୧ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାର ଏହି ରେକର୍ଡ ଭଙ୍ଗା ତାପମାତ୍ରା ସହ ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରୀ ଶୀତ ବଢିବ । ସେପଟେ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଏବଂ ପୂର୍ବ ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ସମାନ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । Post navigation Srimandir To Remain Closed: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ Bhitarkanika To Remain Closed For Crocodile Census: କାଲିଠାରୁ ୩ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା