Tehsildar attacked by sand mafias in Mayurbhanj
ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାରଙ୍କୁ ବାଲି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ତହସିଲଦାରଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କ ସମେତ ଅନ୍ୟ ଚାରି ଜଣ ସରକାରୀ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।
 
ଖବର ମୁତାବକ, ବେତନଟୀ କୋର୍ଟ ଛକ ନିକଟରେ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇବା ସମୟରେ ତହସିଲଦାରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବେତନଟୀ ଥାନାରେ ତହସିଲଦାର ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।
 
ଆଜି ଅପରାହ୍ନ ପ୍ରାୟ ୪.୦୦ ଟା ସମୟରେ ତହସିଲଦାର ଏକ ବାଲି ବୋଝେଇ ଟ୍ରକକୁ ଜବତ କରିଥିଲେ । ଏଥିରେ କ୍ରୋଧିତ ହୋଇ ବାଲି ମାଫିଆମାନେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆକ୍ରମଣ କରିଥିଲେ । ସନ୍ଧ୍ୟା ପ୍ରାୟ ୬.୦୦ ଟା ସମୟରେ, ବାଲି ମାଫିଆମାନେ ଜାତୀୟ ରାଜପଥର ବେତନଟୀରେ ଏକ ପେଟ୍ରୋଲ ପମ୍ପ ନିକଟରେ ତହସିଲଦାରଙ୍କୁ ଅଟକାଇଥିଲେ । ପ୍ରାୟ ଆଠରୁ ଦଶ ଜଣ ଦୁର୍ବୃତ୍ତ କର୍ତ୍ତବ୍ୟରତ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।
 
 

By Nirvay

Leave a Reply

Your email address will not be published. Required fields are marked *