ଟି ୨୦ ବିଶ୍ୱକପ୍ ବିଜେତା ହେବାପରେ ଆଜି ଭାରତୀୟ କ୍ରିକେଟ ଟିମ୍ ସ୍ବଦେଶରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ସେଲିବ୍ରେସନ । ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମୁମ୍ବାଇ ଫେରିଛନ୍ତି ବିଶ୍ୱବିଜେତା ଟିମ୍ ଇଣ୍ଡିଆ ଖେଳାଳି। ଟିମ୍  ଇଣ୍ଡିଆଙ୍କ ଭିକ୍ଟ୍ରୀ ପରେଡ ମୁମ୍ବାଇ ମେରାଇନ ଡ୍ରାଇଭରୁ ଆରମ୍ଭ ହୋଇ ୱାଙ୍ଖଡେରେ ଶେଷ ହେବ । ଏହି ରୋଡ ସୋ’ରେ ଅଂଶଗ୍ରହଣ କରିବାକୁ କ୍ୟାପଟେନ ରୋହିତ ଶର୍ମା ଫ୍ୟାନ୍ସଙ୍କୁ ଅନୁରୋଧ କରିଥିଲେ । ବିସିସିଆଇ ପକ୍ଷରୁ ମଧ୍ୟ ଏକ ସମାନ ଟ୍ବିଟ କରାଯାଇଥିଲା ।

ଅନ୍ୟପଟେ ବିଶ୍ୱ ବିଜୟୀ ଟିମ୍‌କୁ ସ୍ୱାଗତ ପାଇଁ ମୁମ୍ବାଇରେ ଜନସମୁଦ୍ର ଦେଖିବାକୁ ମିଳିଛି । ବିଜୟ ପରେଡରେ ସାମିଲ ହେବାକୁ ଛୁଟି ଆସିଛନ୍ତି କ୍ରିକେଟ୍‌ ଫ୍ୟାନ୍‌ । ଖେଳାଳିଙ୍କ ଟିକିଏ ଝଲକ ପାଇଁ ମୁମ୍ବାଇର ରାଜରାସ୍ତାରେ ଜମିଛି ଫ୍ୟାନଙ୍କ ଭିଡ଼। ଟୀମ ଇଣ୍ଡିଆଙ୍କ ପାଇଁ ୱାନଖେଡେ ଷ୍ଟାଡିୟମରେ ଷ୍ଟେଜ ସଜାହୋଇସାରିଛି ।

ଯେଉଁ ମୁହୂର୍ତ୍ତକୁ ପୂରା ଦେଶବାସୀ ଅପେକ୍ଷା କରିଥିଲେ, ତା’ର ପ୍ରତୀକ୍ଷା ଘଟିଛି। ଏହାରି ଭିତରେ ମୁମ୍ବାଇରେ ଟିମ ଖୋଲାବସ୍‌ରେ ରୋଡ ସୋ’ ଆରମ୍ଭ କରିଛନ୍ତି । ମୁମ୍ବାଇ ମେରାଇନ ଡ୍ରାଇଭରୁ ବିଶ୍ବକପ ଧରି ବିଜୟୀ ପରେଡରେ ବାହାରିଛନ୍ତି ଇଣ୍ଡିଆନ କ୍ରିକେଟ ଟିମ । ମଝି ରାସ୍ତାରେ ନୀଳ ରଙ୍ଗର ସ୍ବତନ୍ତ୍ର ଖୋଲା ବସରେ ଯେତେବେଳେ ଚାମ୍ପିୟନ୍ ଟିମର ଶୋଭାଯାତ୍ରା ଚାଲିଥିଲା, ସେତେବେଳର ଦୃଶ୍ୟକୁ ଭୁରିଭୁରି ଉପଭୋଗ କରିଥିଲେ ପ୍ରଶଂସକ।

Leave a Reply

Your email address will not be published. Required fields are marked *