Teachers’ Issues to Be Resolved Soon, Says Higher Education Minister

ଭୁବନେଶ୍ୱରରେ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଆଶ୍ୱାସନ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଖୁବ୍‌ କମ୍‌ ସମୟ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ଆନ୍ଦୋଳନ ପ୍ରତ୍ୟାହାର କରି ଏକ ପ୍ରତିନିଧି ମଣ୍ଡଳୀ ଆସି ସରକାରଙ୍କ ସହ ଆଲୋଚନା କରିବାକୁ ସେ ଅନୁରୋଧ କରିଛନ୍ତି ।

ଶିକ୍ଷକଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ସରକାରଙ୍କ ହସ୍ତକ୍ଷେପ ଆରମ୍ଭ ହୋଇସାରିଛି । ଏନେଇ ଗଠିତ ସରକାରୀ କମିଟିର ରିପୋର୍ଟ ମଧ୍ୟ ସରକାରଙ୍କ ହସ୍ତଗତ ହୋଇଛି। ପ୍ରାୟ ୮୦୦ ପୃଷ୍ଠା ବିଶିଷ୍ଟ ୭୯ଟି ରିପୋର୍ଟ ସରକାରଙ୍କ ନିକଟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି ।

ଶିକ୍ଷକଙ୍କ ବିଭିନ୍ନ ଦାବି ଉପରେ ସରକାରୀ ସ୍ତରରେ ଆଲୋଚନା ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । ଶିକ୍ଷକଙ୍କ ଦାବି ପୂରଣ ପାଇଁ ସରକାର ସମସ୍ତ ପ୍ରକାରର ପ୍ରୟାସ କରୁଥିବା ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *