କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । କଟକ ଟାଙ୍ଗୀ ଥାନା IIC ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଜିପି। PMR-1940 ର ନିୟମ 840 ଅନୁଯାୟୀ IIC ଶିବ ପ୍ରସାଦ ଭଦ୍ରଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛନ୍ତି ଜିଜିପି । ସୂଚନା ଯୋଗ୍ୟ; କଟକ ଜିଲ୍ଲା ଟାଙ୍ଗୀ ଥାନାରେ IIC ଶିବ ପ୍ରସାଦ ଭଦ୍ର ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖି ନିର୍ଯାତନା ଦିଆଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଥିଲା । ଜମି ବ୍ୟବସାୟ ଗଣ୍ଡଗୋଳକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ । ପରିବାର ପକ୍ଷରୁ ଏ ନେଇ ପୋଲିସ ଡିଜିଙ୍କୁ ଅଭିଯୋଗ ହୋଇଥିଲା । ବେଆଇନ ଭାବେ ୨ ଦିନ ଧରି ଥାନାରେ ଅଟକ ରଖିଥିଲା ପୋଲିସ । ପୋଲିସ ନିର୍ଯାତନାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ସଂପୃକ୍ତ ବ୍ୟକ୍ତି । Post navigation Cyclone Montha Alert : ସମ୍ଭାବ୍ୟ ବାତ୍ୟା ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ