୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତି ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ କୁସାଲେ ୪୫୧.୪ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାସହ ପ୍ରଥମ ଭାରତୀୟ ଶୁଟର ଭାବେ ୫୦ ମିଟର ରାଇଫଲ ଥ୍ରୀପି ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ କୁସାଲେ ଜିତିଥିବା କାାଂସ୍ୟ ପଦକ ଭାରତ ପାଇଁ ତୃତୀୟ ଏବଂ ୩ଟି ଯାକ
ପଦକ ସୁଟିଂ ଇଭେଣ୍ଟରୁ ଆସିଛି। ସେ ପ୍ରଥମ ରାଉଣ୍ଡରର ୫୯୦ ସ୍କୋର ସହ ସପ୍ତମ ସ୍ଥାନରର ରହି ଅନ୍ତିମ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିଥିରଲ।

ସ୍ୱପ୍ନିଲ କୁସାଲେଙ୍କ ସୁଟିଂ ଆରମ୍ଭ

ସ୍ୱପ୍ନିଲ କୁସାଲେ ୧୯୯୫ ମସିହାରେ ପୁଣେରେ ଏକ କୃଷି ପୃଷ୍ଠଭୂମି ଥିବା ପରିବାରରେ ଜନ୍ମଗ୍ରହଣ କରିଥିଲେ । ୨୦୦୯ ମସିହାରେ ତାଙ୍କ ବାପା ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ କ୍ରୀଡ଼ା ପ୍ରତି ସମର୍ପିତ ପ୍ରାଥମିକ କାର୍ଯ୍ୟକ୍ରମ ‘କ୍ରୀଡ଼ା ପ୍ରଭୋଦିନୀ’ରେ ଭର୍ତ୍ତି କରିଥିଲେ। ଏକ ବର୍ଷର କଠିନ ଶାରୀରିକ ପ୍ରଶିକ୍ଷଣ ପରେ ତାଙ୍କୁ ଗୋଟିଏ ଖେଳ ବାଛିବାକୁ ପଡ଼ିଥିଲା ଏବଂ ସେ ସୁଟିଂକୁ ବାଛିଥିଲେ। ୨୦୧୩ ବେଳକୁ ତାଙ୍କର ପ୍ରତିଭା ଅଧିକ ପରିଚିତ ହୋଇଥିଲା ଏବଂ ଏକ ଅଣଲାଭକାରୀ ଅନୁଷ୍ଠାନ ଲକ୍ଷ୍ୟ ସ୍ପୋର୍ଟସ୍ ତାଙ୍କୁ ସୁଟିଂ ଜାରି ରଖିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଆରମ୍ଭ କରିଥିଲା । କନିଷ୍ଠସ୍ତରରେ କିଛି ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ରେଳବାଇରେ ଚାକିରି ଦିଆଯାଇଥିଲା, ଯାହା ତାଙ୍କୁ ଏହି କ୍ରୀଡ଼ାରେ ନିରନ୍ତର ଅଂଶଗ୍ରହଣ ପାଇଁ ପାଣ୍ଠି ଯୋଗାଇବାକୁ ଅନୁମତି ଦେଇଥିଲା । ସ୍ୱପ୍ନିଲ ଜାତୀୟ ସୁଟିଂ ଚାମ୍ପିୟନଶିପ୍ ପ୍ରତିଯୋଗିତାରେ ରେଳବାଇର ପ୍ରତିନିଧିତ୍ବ କରିଥିଲେ।

ସ୍ୱପ୍ନିଲ କୁସାଲେଙ୍କ ସୁଟିଂ କ୍ୟାରିୟର ମାଇଲଖୁଣ୍ଟ
ପୁଣେରେ ୨୮ ବର୍ଷୀୟ ଶୁଟର ଅରନକ ଉଲ୍ଲେଖନୀୟ ସଫଳତା ସହ ତାଙ୍କ କ୍ୟାରିୟରେ ଶୀର୍ଷସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ୨୦୧୫ରେ କୁଏତରେ ଅନୁଷ୍ଠିତ ଏସିଆନ୍ ସୁଟିଂ ଚାମ୍ପିୟନଶିର ଜୁନୟିର ବର୍ଗରେ ୫୦ ମିଟର ରାଇଫଲ ପ୍ରୋନ ୩ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତୁଗଲକାବାଦରେ ଅନୁଷ୍ଠିତ ୫୯ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ସେ ଗଗନ ନାରଙ୍ଗ ଓ ଚେନ ସିଂହଙ୍କୁ ପଛରେ ପକାଇ ୫୦ ମିଟର ରାଇଫଲ ପ୍ରୋନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ତିରୁବନନ୍ତପୁରମରେ ଅନୁଷ୍ଠିତ ୬୧ତମ ଜାତୀୟ ଚାମ୍ପିୟନଶିପରେ ସେ ୫୦ ମିଟର ରାଇଫଲ ୩ ସ୍ଥାନରର ସ୍ୱର୍ଣ୍ଣ ପଦକ ଜିତି ସମାନ ସମାନ ପ୍ରଦର୍ଶନର ପୁନରାବୃତ୍ତି କରିଥିଲେ।

ଇଜିପ୍ଟର କାଇରୋଠାରେ ଚାଲିଥିବା ୨୦୨୨ ବିଶ୍ୱ ଚାମ୍ପିଅନସିପରେ ୫୦ ମିଟର ରାଇଫଲ
୩ ସ୍ଥାନରେ ରହି ପ୍ୟାରିସ ୨୦୨୪ କୋଟା ସ୍ଥାନ ହାସଲ କରିଥିଲେ
● ହାଙ୍ଗଜୋ ୨୦୨୨ ଏସୀୟ କ୍ରୀଡା (୨୦୨୩ରେ ଅନୁଷ୍ଠିତ)ରେ ପୁରୁଷ ୫୦ ମିଟର
ରାଇଫଲ ଥ୍ରୀ ପୋଜିସନ ଦଳରେ ସ୍ୱର୍ଣ୍ଣ ପଦକ ବିଜେତା କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର
ଓ ଅଖିଳ ଶିଓରାନଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୭୬୯ ପଏଣ୍ଟରେ ବିଶ୍ୱ
ରେକର୍ଡ ସୃଷ୍ଟି କରିଟାଇଟଲ ହାସଲ କରିଛନ୍ତି।
● ଆଜରବାଇଜାନର ବାକୁଠାରେ ୨୦୨୨ ବିଶ୍ୱକପରେ ୩ ଥର ପଦକ (ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ) ।
● ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱକପ୍ ୨୦୨୧ରେ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ
ସ୍ୱପ୍ନିଲ କୁସାଲେଙ୍କୁ ୨୦୧୬/୧୭ ବର୍ଷ ପାଇଁ ମହାରାଷ୍ଟ୍ରରେ ଶିବ ଛତ୍ରପତି ରାଜ୍ୟ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ପ୍ରମୁଖ ସରକାରୀ ହସ୍ତକ୍ଷେପ

ଅଲିମ୍ପିକ୍ସରେ କୁସାଲେଙ୍କ ସଫଳତା ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ) ଅଧୀନରେ ପ୍ରଦାନ
କରାଯାଉଥିବା ଦୃଢ଼ ସମର୍ଥନର ପ୍ରମାଣ। ବାର୍ଷିକ ପ୍ରଶିକ୍ଷଣ ଓ ପ୍ରତିଯୋଗିତା କ୍ୟାଲେଣ୍ଡର (ଏସିଟିସି) ଅଧୀନରେ ଗୁଳି ଓ ବନ୍ଧୁକ କ୍ରୟ, ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସହ ଘରୋଇ ପ୍ରଶିକ୍ଷଣ ଏବଂ ୧୭,୫୮,୫୫୭ ଟଙ୍କାର ଆର୍ଥିକ ସହାୟତା ଏବଂ ବାର୍ଷିକ ପ୍ରଶିକ୍ଷଣ ଓ ପ୍ରତିଯୋଗିତା କ୍ୟାଲେଣ୍ଡର (ଏସିଟିସି) ଅଧୀନରେ ୧,୪୨,୬୯,୬୪୭ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ପୁଣେରେ ପ୍ରାରମ୍ଭିକ ଜୀବନ ଆରମ୍ଭ କରିବାଠାରୁ ଭାରତୀୟ ସୁଟିଂରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ହେବା ପର୍ଯ୍ୟନ୍ତ ସ୍ୱପ୍ନିଲ କୁସାଲେଙ୍କ ଯାତ୍ରା ନିଷ୍ଠା ଓ ପ୍ରତିବଦ୍ଧତାର ପ୍ରମାଣ। ଜଣେ ରେଳ ଟିକେଟ ନିରୀକ୍ଷକ ଭାବରେ ସ୍ୱପ୍ନିଲ ସୁଟିଂ ପ୍ରତି ତାଙ୍କର ଉତ୍ସାହ ଜାରି ସହିତ ତାଙ୍କ ବୃତ୍ତିଗତ କର୍ତ୍ତବ୍ୟକୁ ସନ୍ତୁଳିତ କରନ୍ତି, ଯାହା ଉଭୟ ପଡ଼ିଆ ଭିତରେ ଓ ବାହାରେ ଉତ୍କର୍ଷତାର ଭାବନାକୁ ପ୍ରତିଫଳିତ କରିଥାଏ। କଠିନ ପରିଶ୍ରମ ଓ ସଂକଳ୍ପର ଉଲ୍ଲେଖନୀୟ ପ୍ରଭାବକୁ ପ୍ରତିଫଳିତ କରି ତାଙ୍କ କାହାଣୀ ଅନେକଙ୍କୁ ପ୍ରେରଣା ଦେଇଥାଏ ।

Leave a Reply

Your email address will not be published. Required fields are marked *