ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି। ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ସହ ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ତାପସ ରହୁଥିବା ରୁମ୍ ଯାଇ ପୋଲିସ ଯାଞ୍ଚ କରୁଥିବା ଜଣାପଡିଛି। ସୂଚନା ଯୋଗ୍ୟ; ଉତ୍କଳ ବିଶ୍ୱବିଦ୍ୟାଳୟର ମଧୁସୂଦନ ହଷ୍ଟେଲରେ ରହୁଥିବା ଛାତ୍ର ତାପସ କୁମାର ନାୟକଙ୍କର ଛାତରୁ ଖସି ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ଯାଏ ମୃତ୍ୟୁର କାରଣ ଜଣାପଡିନାହିଁ। ଘଟଣସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ । Post navigation ବିଜେଡିର ଇଫତାର ପାର୍ଟିରେ ସାମିଲ ହେଲେ ନବୀନ ପଟ୍ଟନାୟକ କାଲିଠୁ ୪ ଦିନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ