Road Repair Work to Be Completed Before Oct 20 in odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପରେ ଗଣତି ସହ ସୁଡ଼ଙ୍ଗ ଅଛି କି ନାହିଁ ସବୁ କିଛିର ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବା ପରେ ସେଠାରେ ଥିବା ସମସ୍ତ ଅଳଙ୍କାରର ଗଣତି ହେବ । ୧୯୭୮ ମସିହା ଡାଟାବେସ୍‌ ଅନୁଯାୟୀ ମେଳକ କରାଯିବ ଅଳଙ୍କାର । ଆଶା କରୁଛି ୧୯୭୮ରେ ଯାହା ଥିଲା ଏବେ ତାହା ଥିବ । ଏହାପରେ ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସର୍ଭେ କରାଯିବ ।

ସୂଚନଯୋଗ୍ୟ: ରତ୍ନଭଣ୍ଡାର ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଅନୁମତି ମିଳିଛି। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ। ASI ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବେ। ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରି ରହିଛି କି ନାହିଁ ଜିପିଆରଏସ୍‌ ସର୍ବେକ୍ଷଣ ଦ୍ବାରା ସ୍ପଷ୍ଟ ହୋଇଯିବ।

Leave a Reply

Your email address will not be published. Required fields are marked *