ଦିଲ୍ଲୀ ଜନ୍ତରମନ୍ତରରେ CJP ଆନ୍ଦୋଳନକୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା । ତ୍ୱରିତ ଶୁଶାଣି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଅଦାଲତଙ୍କ ପାଖରେ କୌଣସି ଭିଡ଼ିଓ ଦେଖିବାକୁ ଏତେ ସମୟ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ । ସୂଚନା ଅନୁଯାୟୀ; ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତର ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଛି । ଜଣେ ବରିଷ୍ଠ ଆଇନଜୀବୀ ଆନ୍ଦୋଳନ ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆନ୍ଦୋଳନ ବେଳର ଭିଡ଼ିଓ ଦେଖି ନିଜ ଆଡ଼ୁ ମାମଲାର ଶୁଣାଣି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ମାତ୍ର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆଇନଜୀବୀଙ୍କ କଥାକୁ ଅଧାରୁ ଅଟକାଇ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ କୋର୍ଟଙ୍କୁ ଭିଡ଼ିଓ ଦେଖିବାରେ ନା କୌଣସି ଇଚ୍ଛା ଅଛି ନା ଏତେ ସମୟ ଅଛି । ତେଣୁ ନିଜେ ଓକିଲ ତାଙ୍କର ଏବଂ ଅଦାଲତର ସମୟ ବରବାଦ କରନ୍ତୁ ନାହିଁ । Post navigation CJP Protest: CJP ଆନ୍ଦୋଳନ; ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ