ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେଡିକୁ ଶକ୍ତ ଝଟକା ଲାଗିଛି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇଛନ୍ତି । କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇଥିବା ଇସ୍ତଫା ପାତ୍ରରେ ସେ ଲେଖିଛନ୍ତି, ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିବାରୁ ମୁଁ ସବୁବେଳେ କୃତଜ୍ଞ ହୋଇ ରହିବି। କେବିକେ ଅଂଚଳର କଳାହାଣ୍ଡି ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ କରିବାକୁ ସୁଯୋଗ ଦେଇଥିବାରୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି। ମୁଁ ଦଳ ପାଇଁ କାମ କରିବାବରେ ନିଜ ଜୀବନ ଉତ୍ସର୍ଗ କରିବା ସହ ପ୍ରତିଶ୍ରୁତିବଦ୍ଧ। ହେଲେ ମୁଁ ଦଳରେ ଅବହେଳିତ ହେଉଥିବା ବେଳେ ଦଳରେ ମୋ ସେବାର ଆବଶ୍ୟକତା ନାହିଁ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଏଭଳି କଠିନ ନିଷ୍ପତ୍ତି ନେଇଛି ଏବଂ ଅନୁରୋଧ କରୁଛି ମୋ ଇସ୍ତଫାପତ୍ର ଗ୍ରହଣ କରନ୍ତୁ।

ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।

ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସେ ଏବେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ବହିଷ୍କାର ପରେ ସୁଜିତଙ୍କୁ ବିଜେପି ଅଫିସରେ ଦେଖିବାକୁ ମିଳିଛି। ସୁଜିତ କୁମାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ତେଣୁ ସେ ଖୁବଶୀଘ୍ର ବିଜେପିରେ ମିଶଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

By Nirvay

Leave a Reply

Your email address will not be published. Required fields are marked *