ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ଆରମ୍ଭ ହୋଇଛି ସୁଭଦ୍ରା ରାଲି । ଏହା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସହିତ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବେ । ମହିଳା ସଶକ୍ତିକରଣ ଏବଂ ସାମାଜିକ କଲ୍ୟାଣ ବାର୍ତ୍ତା ଦେବା ଆଧାରରେ ଏହି ରାଲି ଅନୁଷ୍ଠିତ ହୋଇଛି । ରାଜ୍ୟରେ ମୋଟ ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି। ପ୍ରତି ଗ୍ରାମ ପଞ୍ଚୟତରେ ୧୦୦ ମହିଳା ଏହି ରାଲିରେ ଯୋଗ ଦେବେ। ଏଥିପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ ୭୫୦୦ଟଙ୍କା ଦିଆଯାଇଛି। ମାର୍ଚ୍ଚ ୬ରେ ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ । ସେହିପରି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରାର ୨ୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। Post navigation ରାଜ୍ୟରେ କଲବଲ କରୁଛି ତାତି ; ପ୍ରଥମ ଥର ପାଇଁ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କୁ ଘାଣ୍ଟୁଛି ଇଓଡବ୍ଲ୍ୟୁ; ଜବତ ହେଲାଣି ୨୦ ଗାଡି ସହ ୨୦୦ ବେନାମୀ ଆକାଉଣ୍ଟ