ଏବେ ସାରା ଓଡ଼ିଶାରେ ଚାଲିଛି ସୁଭଦ୍ରା ଯୋଜନାର କ୍ରେଜ। ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ମିଶାଇ ସମୁଦାୟ ୬୦ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ବହୁତ ଶୀଘ୍ର କୋଟିଏ ୬୦ ହଜାର ମହିଳା ଆବେଦନ କରିଛନ୍ତି। ଏ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନିଜେ ରୋଜଗାରକ୍ଷମ ହୋଇ ସ୍ୱାବଲମ୍ବୀ ହେବା ସହ ପରିବାରକୁ ସାହାଯ୍ୟ କରିଛନ୍ତି ମହିଳାମାନେ। ମହିଳାଙ୍କ ଉନ୍ନତି ହେଲେ ହିଁ ରାଜ୍ୟର ଉନ୍ନତି ହେବ। ତେଣୁ ମା’ମାନଙ୍କୁ ଚାରିକାଂଥ ମଧ୍ୟରେ ଆବଦ୍ଧ ନରଖି ଆର୍ଥିକ କ୍ଷେତ୍ରରେ ସଶକ୍ତ କରାଇବା ପାଇଁ ଅଣ୍ଟା ଭିଡିଛି ବିଜେପି ସରକାର।

କ୍ଷମତାକୁ ଆସିବାର ମାତ୍ର ୫ ମାସ ହୋଇଛି, ହେଲେ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛନ୍ତି ମୋହନ ସରକାର। କେବଳ ସୁଭଦ୍ରା ଯୋଜନାରେ ନାରୀଙ୍କୁ ସଶକ୍ତ କରିବାରେ ସୀମିତ ରହିନାହାନ୍ତି ସରକାର, ଲୋକଙ୍କ ଉନ୍ନତି ପାଇଁ ଆହୁରି ଅନେକ ଯୋଜନା ହେଉଛି। ସୁଭଦ୍ରା ଯୋଜନାର ଅଭୂତପୂର୍ବ ସଫଳତାକୁ ଏକ ଉଦାହରଣ ଭାବେ ନିଆଯାଇପାଇରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଜନା କେବଳ କାଗଜକଲମରେ ସୀମିତ ରହୁନି। ଏହାର ସଫଳ ରୂପାୟନ ଉଚିତ ରୋଡମ୍ୟାପ ପ୍ରସ୍ତୁତ ହେଉଛି। ତୃଣମୂଳସ୍ତରରେ କମିଟି ଗଠନ କରାଯାଇ ଏହାର ତଦାରଖ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ‘ଲୋକଙ୍କ ସରକାର’ ନିଜେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ମୁଖ୍ୟମମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲି ଲୋକଙ୍କ ଦୁଃଖ ବୁଝିବା ସହ ତତ୍କାଳ ସମାଧାନ କରୁଛନ୍ତି।

ସରକାରଙ୍କ ପ୍ରତି ଲୋକଙ୍କ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଏବଂ ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଘନ ଘନ ସମୀକ୍ଷା ବୈଠକ ଓ ଆଲୋଚନା କରି ବିଜେପିକୁ ବଦନାମ ଓ କାଉଣ୍ଟର କରିବାକୁ ଚେଷ୍ଟା କରୁଛି ବିରୋଧୀ ଦଳ। ୨୪ ବର୍ଷର କ୍ଷମତା ହାତରୁ ଯିବା ପରେ ଔଷଧ ରାଗରେ ତାଟିଆ କାମୁଡୁଛି ବିଜେଡି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଫଳତାକୁ ଦେଖି ଜଳୁଛି ବିଜେଡି।

ଏସବୁ ଦେଖି ଲୋକେ ମଧ୍ୟ କହୁଛନ୍ତି, ଲୋକଙ୍କ ଅସୁବିଧା ନିଜେ ନବୁଝି ଅଫିସର ଓ ବ୍ୟୁରୋକ୍ରାଟଙ୍କୁ ଦାୟିତ୍ୱ ଦେଲେ। ତେଣୁ ଏବେ ତାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ ବିଜେଡି।

Leave a Reply

Your email address will not be published. Required fields are marked *