ଦୀର୍ଘ ବର୍ଷ ଧରି ରାଜ୍ୟରେ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ । ସେ କହିଛନ୍ତି, କଲେଜ ଇଲେକ୍ସନ ପାଇଁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ଏଥିପାଇଁ ଉଚ୍ଚ ବିଭାଗର ମଧ୍ୟ ଆଗ୍ରହ ରହିଛି । ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । ସଠିକ୍ ସମୟରେ ସବୁ ଶେଷ କରିବାକୁ ପ୍ରକ୍ରିୟା ତ୍ୱରିତ କରିବାକୁ ହେବ । ସୂଚନା ଯୋଗ୍ୟ; ଗତ କିଛି ବର୍ଷ ହେବ ରାଜ୍ୟରେ କଲେଜ ନିର୍ବାଚନ ପ୍ରକ୍ରିୟା ବନ୍ଦ ରହିଥିଲା । ହେଲେ ବିଜେପି ଶାସନକୁ ଆସିବା ପରେ ଗତବର୍ଷ କଲେଜ ନିର୍ବାଚନ ହେବ କି ନାହିଁ ସେ ନେଇ ଦ୍ୱନ୍ଦ ରହିଥିଲା ଏହାରି ମଧ୍ୟରେ କେବେ ହେବ କଲେଜ୍ ଇଲେକ୍ସନ୍ ସେନେଇ ଗ୍ରିନ୍ ସିଗନାଲ୍ ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । Post navigation ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବଢ଼ିଲା ଭତ୍ତା ପଛୁଆ ବର୍ଗଙ୍କୁ ପ୍ରସଙ୍ଗକୁ ନେଇ ରାଜଧାନୀ ରାଜରାସ୍ତାରେ ବିଜେଡ଼ିର ବିକ୍ଷୋଭ