ରାଜ୍ୟରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ଉପଦ୍ରବ । ଆଜି ବିଧାନସଭାରେ ଉଠିଲା ବୁଲା କୁକୁର ପ୍ରସଙ୍ଗ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନ ୨୦୨୩ ମସିହା ଠାରୁ ଆରମ୍ଭ କରି ୨୦୨୪ ମସିହା ପଯ୍ୟନ୍ତ ଓଡିଶା ରାଜ୍ୟରେ ବୁଲା କୁକର କାମୁଡାରେ ପୁରୁଷ , ମହିଳା ଓ ପିଲାମାନେ କେତେଜଣ ଶିକାର ହୋଇଛନ୍ତି । ଏଥିସହ ରାଜ୍ୟରେ ପ୍ରତ୍ୟେକ ଗ୍ରାମଠାରୁ ସହର ମଧ୍ୟରେ ଥିବା ଗଳି ସାହି ଅଫିସ ସ୍କୁଲ ଛାତ୍ର ,ଛାତ୍ରୀ ମାନେ ଭୟଭୀତ ହେଉଛନ୍ତି ଏଥି ପାଇଁ ସରକାର ପକ୍ଷରୁ କଣ ପଦକ୍ଷେପ ନେଇଛନ୍ତି ତାହାର ସବିଶେଷ ତଥ୍ୟ ଗୃହରେ ରଖନ୍ତୁ । ଆମର ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା କେତେ ? ଏହାର ଉତ୍ତରରେ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ଫଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । ଗତ ୨ବର୍ଷରେ ୫ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡିଛନ୍ତି ବୁଲା କୁକୁର । ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ । କେବଳ ଗତ ୧୦ ମାସରେ ୨ଲକ୍ଷ ୪୩ ହଜାର ୫୬୫ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି ।

ଏହାସହ ରାଜ୍ୟରେ ୮ ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟା କରଣ କରାଯାଇଛି  ।

Leave a Reply

Your email address will not be published. Required fields are marked *