ରାଜଧାନୀରେ ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଗଣନା ଆରମ୍ଭ ହୋଇଛି । ଭୋର୍ ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଚାଲିଥିଲା ଗଣନା କାର୍ଯ୍ୟ । ୬୭ଟି ୱାର୍ଡରେ ଗଣନା କରାଯାଇଛି । ଏଥିରେ ୪୧୦ ଜଣ ନିୟୋଜିତ ରହିଛନ୍ତି । ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ହେବାକୁ ଥିବା ବେଳେ ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା କରାଯିବ।

ରାଜଧାନୀ ରାଜରାସ୍ତା ଘାଟରେ ଦିନକୁ ଦିନ ବୁଲାକୁକୁରଙ୍କ ସଂଖ୍ୟା ବୃଦ୍ଧି ହେଉଛି ତାହା ମୁଣ୍ଡବିନ୍ଧାର କାରଣ ହୋଇଛି। ଏଣୁ ବିଏମ୍‍ସି ବୁଲାକୁକୁରଙ୍କ ବନ୍ଧ୍ୟାକରଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛି । ସେଥିରେ ସାମିଲ ଥିବା ୪୧୦ ଜଣଙ୍କୁ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନା ମାଧ୍ୟମରେ ବୁଲା କୁକୁରଙ୍କ ସଂଖ୍ୟା ଜାଣିବା ସହିତ ସେମାନଙ୍କର ଭ୍ୟାକସିନେସନ ହୋଇଛି କି ନାହିଁ ତାହା ଜଣାପଡିବ । ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ସହ ବୁଲା କୁକୁର ମଣିଷକୁ ଯେଉଁଭଳି ଆକ୍ରମଣ କରୁଛନ୍ତି ତାହା ମଧ୍ୟ ହ୍ରାସ ହୋଇପାରିବ ।

Leave a Reply

Your email address will not be published. Required fields are marked *