ସ୍ୱର୍ଗତ ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର ବୋଲି ଆଜି ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ୱର୍ଗତ ନବ ଦାସ ହତ୍ୟା ମାମଲା ସହ ଥଣ୍ଡା ପଡ଼ିଥିବା ସବୁ ବଡ଼ ମାମଲାର ସାନି ତଦନ୍ତ ହେବ । ୨୦୨୨ ମମିତା ମେହର ହତ୍ୟା ମାମଲା ଏବଂ ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାର ପୁଣି ତଦନ୍ତ ହେବାକୁ ଯାଉଛି।

ସୂଚନା ମୁତାବକ ବିଜେଡି ସରକାର ଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସ୍ୱର୍ଗତ ନବ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ତାଙ୍କ ଉପରକୁ ସେ ସମୟରେ କାର୍ଯ୍ୟରତ ଥିବା ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳିମାଡ଼ କରାଯାଇଥିଲା । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଗୋପାଳଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ନବଙ୍କ ହତ୍ୟା ପଛର ବଡ଼ ଗୁମର ଖୋଲି ପାରିନଥିଲା । ତାଙ୍କର ମୃତ୍ୟୁକୁ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଛି । ସେହିପରି ମମିତାଙ୍କ ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା କିନ୍ତୁ କୌଣସି ତଥ୍ୟ ମିଳିନଥିଲା । ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଥିଲା । ପରେ ସେ ଜେଲରେ ଥିବା ବେଳେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ । ଏବେ ସରକାର ବଦଳିବା ପରେ ଏହିସବୁ ହତ୍ୟାକାଣ୍ଡର ପୁନଃ ତଦନ୍ତ ପାଇଁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *