ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା । ଆସନ୍ତାକାଲି କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି । ତେବେ ରାଜ୍ୟ ସରକାରଙ୍କ ଫୋକସରେ ଏବେ କୋଟିଆ । ସୁଭଦ୍ରା ଯୋଜନାରେ ଉପୁଜିଥିବା ସମସ୍ୟାର ସମୀକ୍ଷା କରିବାକୁ ଆଜି କୋଟିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୋଜନା ର ସମୀକ୍ଷା କରିବା ସହ ଲକ୍ଷପତି ଦିଦିଙ୍କୁ ଭେଟି ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କୋଟିଆ ଗସ୍ତ ବେଳେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏଣିକି ସୀମାନ୍ତ କୋଟିଆ ଅଂଚଳକୁ ଯିବେ ରାଜ୍ୟ ସରକାର। କୋଟିଆ ଅଂଚଳର ୨୦୦୦ରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା । ବାଦ୍ ପଡ଼ିଥିବା ୨୪୬ ମହିଳା ଏକାବେଳେ ପାଇବେ ୩ଟି କିସ୍ତି ଟଙ୍କା । Post navigation ଭୁବନେଶ୍ବର ଏମ୍ସରେ ସିବିଆଇ ଚଢ଼ାଉ ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ; ଅଗଷ୍ଟ ୧୧ରେ ନୂଆ ବିଲ୍ ଆଗତ କରିବେ ସରକାର