ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ଗୃହ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଆଇପିଏସ୍ ସ୍ତରରେ ଅଦଳବଦଳ ନେଇ ସୂଚନା ଦିଆଯାଇଛି । ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ନକ୍ସଲ ବିରୋଧୀ ଅପରେସନ୍ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଅଖିଳେଶ୍ୱର ସିଂଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର। ଅନ୍ୟପଟେ କେଭି ସିଂଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଅନୁପ ସାହୁଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି । Post navigation ଓଡ଼ିଶା କଂଗ୍ରେସକୁ ମିଳିଲେ ନୂତନ ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟ; ଜାରୀ ହେଲା ତାଲିକା ଓଡିଶା ଖଣି ନିଗମ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ