ଆଜି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗକୁ ନେଇ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଛନ୍ତି । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ ଛତୁଆ ଦେଉଥିବା ନଜରକୁ ଆସିଥିଲା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୬୩ ଜଣ ଏସଡ଼ିପିଓ ଓ ସୁପରଭାଇଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ନିମ୍ନମାନର ଛତୁଆ ଦେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଭୁବନେଶ୍ଵରରେ ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀରେ ନମୁନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି । ଏହାପରେ ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ନୋଟିସ ଜାରି କରାଯାଇଛି। Post navigation ମୋ ବସ୍ : ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ଅଲ୍ଲୁ ଅର୍ଜୁନ