ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ରତ୍ନଭଣ୍ଡାରର ଖୋଲିବ।

କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ନିର୍ଦ୍ଧାରିତ ସମୟ ୯ଟା ୫୧ ମିନିଟ୍ ରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ସ୍ଥିତି ଦେଖି ତତ୍କାଳ ନିଷ୍ପତ୍ତି ନିଆଯିବ। ଆଗ ଖୋଲିବା ପରେ କେତେ ରତ୍ନ ଅଛି , ଦେଖିବା ପରେ ନିଷ୍ପତ୍ତି ନିଆଯିବ ।

ଆଜି ସକାଳେ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୧ ଜଣିଆ ଅଧିକୃତ ଟିମ୍ । ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି ସେମାନେ ଭିତରକୁ ପ୍ରବେଶ କରିଛନ୍ତି ।

ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି ଗଜପତି ମହାରାଜା। ଗଜପତି ମହାରାଜା ଉପସ୍ଥିତ ରହିଲେ ଆମେ ଭାଗ୍ୟବାନ୍ ମନେ କରିବୁ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ଵନାଥ ରଥ ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ ଟ୍ରେଜେରୀରୁ ଚାବି ଆସି ସାରିଛି ଏବଂ ସମସ୍ତେ ଏବେ ଶ୍ରୀମନ୍ଦିର ଭିତରେ ପହଞ୍ଚି ଗଲେଣି। ପାରମ୍ପାରିକ ପୋଷାକ ପରିଧାନ କରି ସେମାନେ ଭିତର ରତ୍ନଭଣ୍ଡାର କୁ ପ୍ରବେଶ କରିବେ। ଆଜି କାମ ନସରିଲେ SOP ହିସାବରେ କାମ ହେବ ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *