ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ବଡଦିନ ଓ ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜିଠାରୁ ପୁଣି କାର୍ଯ୍ୟ ଆରମ୍ଭ ହେବ । ପ୍ରତିଦିନ ମାର୍ଗଦର୍ଶିକା ଆଧାରରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏଏସ୍ଆଇକୁ ମରାମତି କାମ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୩ ମାସ ଭିତରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ ସାରିବାକୁ ଏଏସ୍ଆଇ ସମୟ ନେଇଛି । ଏହା ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଛି । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା । ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି । ଆଜିଠୁ ଷ୍ଟୋନ ବା ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ । ଆବଶ୍ୟକ ସ୍ଥଳେ ଫାଟ ଫାଟ ଥିବା ପଥର ପରିବର୍ତ୍ତନ ହେବ । Post navigation ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି ଘର ତିଆରି କରୁଥିଲେ ସାବଧାନ; ରାଜଧାନୀରେ ବିକ୍ରି ହେଉଛି ନକଲି ସିମେଣ୍ଟ