ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ।ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ।ଯୁବକଙ୍କୁ ଅଟକ ରଖିବା ସହ ମୋବାଇଲ ଜବତ କରି ଯାଞ୍ଚ କରୁଛି ପୋଲିସ । କାଲି ଗୁଜୁରାଟର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଧରାପଡ଼ିଥିଲେ ।

ଅନ୍ୟପଟେ କଡ଼ା ନିୟମ ସତ୍ୱେ ବାରମ୍ବାର ଏହି ଭଳି ଘଟଣା ସାମ୍ନାକୁ ଆସିବାପରେ ଚିନ୍ତାରେ ପ୍ରଶାସନ। ତେବେ ରାଜ୍ୟବାସୀଙ୍କ ମନରେ ଏବେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ମନ୍ଦିରକୁ ପ୍ରବେଶବେଳେ ଯାଞ୍ଚ ବ୍ୟବସ୍ଥାରେ କୋହଳ ମନୋଭାବ ରଖାଯାଉଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *